ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯ତାରିଖ(ବୁଧବାର) ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ’ କାର୍ଯ୍ୟକ୍ରମରେ ଯୋଗଦେଇ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନାର ଉଚ୍ଚ ପ୍ରସଂଶା କରିବା ସହ ଓଡିଶୀ ସଂଗୀତରେ ପାରଳା ଘାରାନା କୁ ବଜାୟ ରଖିବାରେ ତାଙ୍କ ଅବଦୀନ ଅତୁଳନୀୟ ବୋଲି କହିଥିଲେ । ଭକ୍ତି ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ବରିଷ୍ଠ ଗବେଷକ ଡଃ.ଶାନ୍ତନୁ ରଥ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡଃ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇ ରଘୁନାଥଙ୍କ ଜୀବନ ବ୍ୟାପି ଓଡିଶୀ ସଂଗୀତ ସାଧାନା ବିଶେଷ କରି ବିନା ଶୁଳ୍କରେ ଉପାନ୍ତ ଅଞ୍ଚଳରେ ସଂଗୀତ ଶିକ୍ଷା ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବା ସହ ତାଙ୍କ ଦ୍ବାରା ସଂଯୋଜିତ ତଥା ନିର୍ଦ୍ଦେଶନାରେ ସୃଷ୍ଟି ହୋଇଥିବା କାଳଜୟୀ ଲଘୁ ସଂଗୀତ ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ ।